କୋଶଳ ସଂଗ୍ରାମୀ ଇତିହାସ ବଚାଓ ପଦଯାତ୍ରାକୁ ୧୦ ମାଇଲ ଛକରେ ଭବ୍ୟ ସମ୍ବର୍ଦ୍ଧନା

ବରଗଡ/ଦଶମାଇଲ ଛକ-କୋଶଳ ରାଜ୍ୟର ସ୍ୱତନ୍ତ୍ରତା ଦାବି ଓ ଇତିହାସର ସୁରକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ‘କୋଶଳ ସଂଗ୍ରାମୀ ଇତିହାସ ବଚାଓ ପଦଯାତ୍ରା’ ଏକ ଦୃଢ଼ ଅଭିଯାନ ଭାବରେ ଅଗ୍ରସର ହେଉଛି। ଏହି ଅଭିଯାନ ଦ୍ୱାରା କୋଶଳ ଭାଷା, ସଂସ୍କୃତି, ଇତିହାସ ଓ ମୂଲ୍ୟବୋଧକୁ ନବଜୀବନ ଦେବା ଉଦ୍ଦେଶ୍ୟ ରଖାଯାଇଛି। ବୀରତା ଦିବସ ଅବସରରେ ସହୀଦ ମାଟି ଘେଁସରୁ ମଶାଳ ଶୋଭାଯାତ୍ରାରେ ଆସିଥିବା କ୍ରାନ୍ତିକାରୀ ସାଥିମାନଙ୍କୁ ୧୦ ମାଇଲ ଛକରେ ସମ୍ବର୍ଦ୍ଧନା ଦିଆଯାଇ ସ୍ବାଗତ କରା ଯାଇଥିଲା ।
ଆଜିର ଏହି ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ସାଥି ଭଗବାନ ପଧାନଙ୍କ ନେତୃତ୍ବ ଏବଂ ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନର ପରିଚାଳନାରେ କୋଶଳ ରାଜ୍ୟର ଭବିଷ୍ୟତ ଉପରେ ଉତ୍ସାହଜନକ ଚର୍ଚ୍ଚା କରା ଯାଇଥିଲା। ସାଥି ରବିଶଙ୍କର ପଧାନ କୋଶଳ ରାଜ୍ୟର ଦାବିକୁ ଜୋରଦାର କରି ନିଜର ଅଭିଭାଷଣ ରଖି କହିଥିଲେ, “ଏହି ଅଞ୍ଚଳର ଜନ ସାଧାରଣଙ୍କ ପ୍ରତି ଅନ୍ୟାୟ ଓ ଅବହେଳା ଅବଶ୍ୟ ବନ୍ଦ ହେବା ଉଚିତ। କୋଶଳ ରାଜ୍ୟ ଗଠନ ହେଲେ ଆମେ ଆମ ଅଧିକାର ପାଇବା ସହ ଖଣି ଖାଦାନର ଲୁଟ୍ ବନ୍ଦ୍ ହେବା ସହ ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିପାରିବା ବୋଲି ମତ ବ୍ୟକ୍ତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ପୁର୍ଣ୍ଣଚନ୍ଦ୍ର ସାହୁ, ଯିଏ ସଂବଲପୁରୀ ଭାଷାର ‘ଭାଗବତ’ ରଚନା କରିଛନ୍ତି, ସେ କୋଶଳ ରାଇଜର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ଆମ ଭାଷା, ବସ୍ତ୍ର, ସଂସ୍କୃତି ପୂର୍ବାଞ୍ଚଳ ସହ ସମ୍ପୁର୍ଣ ଭିନ୍ନ ବୋଲି ମତ ରଖିଥିଲେ ।ଏଥିସହ ସାଥୀ ଦିବ୍ୟ ଭୋଇ ମାଧୋ ସିଂ ପରିବାରରୁ ୫ ଜଣ ବଳିଦାନ ଦେଇଥିବା ଉପରେ ଜୋର ଦେଇଥିଲେ। ସେ ମନେ ପକାଇ ଦେଇଥିଲେ ଯେ “ଏହି ଅଞ୍ଚଳର ଲୋକମାନେ ଜୀବନ ଦେଇ କୋଶଳର ସ୍ଵାଭିମାନକୁ ରକ୍ଷା କରିଛନ୍ତି।” ଏଣୁ ସ୍ବତନ୍ତ୍ର କୋଶଳ ରାଜ୍ୟ ସପକ୍ଷକୁ ସମର୍ଥନ କରିଥିଲେ ।ଗୌର ଚରଣ ପଧାନ ତାଙ୍କ କ୍ରାନ୍ତିକାରୀ ଅଭିଭାଷଣ ମାଧ୍ୟମରେ ସମ୍ମିଳିତ ସଂଘଟିତ ଉପାୟ ଓ ଆନ୍ଦୋଳନ ଉପରେ ଜୋର ଦେଇ ସଂଗ୍ରାମୀମାନଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ବାର୍ତ୍ତା ଥିଲା – ସଂଘବଦ୍ଧତାରେ ଶକ୍ତି ରହେ। କୋଶଳର ଇତିହାସ ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ଆମେ ଏକ ନୂତନ ଦିଗ ଦେଖାଇବା ଉଚିତ୍ ବୋଲି ଅଭିଭାଷଣ ରଖିଥିଲେ ।କ୍ରାନ୍ତିବୀର ରମେଶ ମହାପାତ୍ର ନିଜର ଅଗ୍ରଗାମୀ ଓ ସ୍ଵପ୍ନବାହକ ଅଭିଭାଷଣ ମାଧ୍ୟମରେ ସଭାକୁ ଏକ ନୂଆ ଉତ୍ସାହ ଓ ଶକ୍ତି ଦେଇଥିଲେ। ସେ କହିଥିଲେ କୃଷକ ଓ ଶ୍ରମିକଙ୍କ ସ୍ବାର୍ଥରେ ତଥା ଜନ ଆନ୍ଦୋଳନ ପାଇଁଁ ସାଲିସ ବିହୀନ ସଂଗ୍ରାମ ଜାରି ରହିବ ବୋଲି ମତ ବ୍ୟକ୍ତ କରିଥିଲେ ।କୋଶଳ ଉଦ୍ବୋଧନୀ ସଭାରେ ଭାବନାର ହୁଁକାଂରକୁ କବିତା ମାଧ୍ୟମରେ ଗୌରଚରଣ ସା କବିତା ମାଧ୍ୟମରେ ଉପସ୍ଥାପନା କରିଥିଲେ ।
ସମ୍ବଲପୁରୀ-କୋଶଳୀ ସଂସ୍କୃତିର ଅନ୍ତଃଶକ୍ତି ଓ ଉନ୍ନତିର ମନ୍ତ୍ରକୁ ପ୍ରସ୍ତାବିତ କରି, ଏକ ନୂଆ ଯୁଗ

ଉପଲକ୍ଷେ କୋଶଳ ଉଦ୍ବୋଧନୀ କବିତା ପାଠ କରିଥିଲେ ।
ଏହି ଉଦ୍ବୋଧନୀ କବିତାଟି ସଭାକୁ ଏକ ଭାବନାମୟ ଚେତନାର ଦିଗ୍ଦର୍ଶନ ଦେଇ ଦେଇଥିଲା । ତାଙ୍କ କବିତାର ଅନ୍ତର୍ନିହିତ ଭାବ ‘ନମନ କୋଶଳ, ଉଜାଗର କୋଶଳ’ ବୋଲି ପ୍ରେରଣାର ଦୀପ ଜଳାଇଥିଲା। ଏହି ପ୍ରଥପ୍ରାନ୍ତ ସଭାରେ ସଂଗ୍ରାମୀ ବୀରବଲ ମହାକୁର, ଠାକୁର ବିଶ୍ବାଲ , ରୋହନ ପ୍ରଧାନ, ଅବିନାଶ ବିଶି , ସରୋଜ ପ୍ରଧାନଙ୍କ ସମେତ ଚଉବର୍ଗ ପ୍ରଧାନ ଶଙ୍କର ପାତ୍ର , ସୁଦାମ ପାତ୍ର , ପ୍ରସନ୍ନ ପ୍ରଧାନ, ଉମେଶ ପଧାନ ଉପସ୍ଥିତ ଥିଲେ ।ଏହି ପଦଯାତ୍ରା ଓ ସଭାର ଚର୍ଚ୍ଚା ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ନିଃସନ୍ଦେହ ।

